ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର। ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ ।

ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ ।

ଉତ୍ତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାହାରି ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବେ। ଏକଘଣ୍ଟାପରେ ସେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମଗାର୍ଲ। ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ। କାଲି ପାଲଲହଡ଼ା, ଦେବଗଡ଼ରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।

ସେହିପରି ଅଶ୍ବିନୀ ବୈଷ୍ଣବ କଟକର ନରସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ସାଢେ ୧୧ଟାରେ ଯୁବ ସମାବେଶରେ ଯୋଗଦେବେ। ସନ୍ଧ୍ୟା ୫ଟାରେ ଆଠଗଡରେ ଆଠଗଡ଼ରେ ଏବଂ ସନ୍ଧ୍ୟା ୭ଟା ୩୦ରେ କଟକରେ ଜନସଭାକୁ ସମ୍ବୋଧନ କରିବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦବ ସାଏ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଆସିବେ । ଆସନ୍ତାକାଲି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ। ବାଲେଶ୍ବର ଓ ଭୋଗରାଇରେ ସମାବେଶରେ ଯୋଗଦେବେ। ପରେ ଭୁବନେଶ୍ବରର ସାମ୍ବାଦିକ ସମ୍ମିଳନୀ କରିବେ।

Leave a Reply

Your email address will not be published. Required fields are marked *