କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧାରା ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ହେଲେ ଜିତେନ୍ଦ୍ର ସେନାପତି । ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ସେ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି କେନ୍ଦ୍ରାପଡ଼ା ବ୍ଲକ୍ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୧୦ ହଜାର ଟଙ୍କା ବି ଜବତ କରାଯାଇଛି। ଏହାପରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତିଙ୍କୁ ଗିରଫ କରାଯାଇଛି । ଏହାପରେ ତାଙ୍କର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। Post navigation ବିଜେଡି ଛାଡ଼ିଲେ ରବି ନାରାୟଣ ଓଡିଶା ଗ୍ରସ୍ତରେ ଆସୁଛନ୍ତି ଆସନ୍ତାକାଲି ଜୟଶଙ୍କର ଓ ୫ ତାରିଖରେ ଜେପି ନଡ୍ଡା