ଆଜି ବିଜେପି ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଅନେକ ପ୍ରସଙ୍ଗ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭିତ୍ତିଭୂମି ଅଭାବ ଯୋଗୁଁ ଏମ୍କେସିଜି ମେଡିକାଲ ସ୍ୱାସ୍ଥ୍ୟ ସୁବିଧା ଯୋଗାଇପାରୁନାହାନ୍ତି ରାଜ୍ୟ ସରକାର। ଖାଲି ଏତିକି ନୁହଁ ସ୍ୱାସ୍ଥ୍ୟ ସହ ଶିକ୍ଷା ବ୍ୟବସ୍ଥା ବି ଗଞ୍ଜାମରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସେ ପ୍ରଶ୍ନ କରିଛନ୍ତି କି ଦିନକୁ ଦିନ ଗଞ୍ଜାମରେ କାହିଁକି ହତ୍ୟା ବଢ଼ିଚାଲିଛି,ତାହା ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ। ସେ କହିଛନ୍ତି କି ବିଜେଡିର ଏଜେଣ୍ଟ ସାଜିଥିବା ଅଫିସରମାନେ ଲୋକଙ୍କୁ ଧମକାଉଛନ୍ତି। Post navigation ବିଜେପି ପାର୍ଟି ଅଫିସରେ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ହଙ୍ଗାମା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟ୍ଟୁ ମନା