ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ଶାହଙ୍କ ପାଖରେ ଅଟକିଛି ବିଜେପିର ନିଷ୍ପତି । ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ନେତୃତ୍ୱ ଭେଟିବେ ବୋଲି ସୂଚନା ମିଳିଛି । ଆସନ ବୁଝାମଣା ବାବଦରେ ବୈଠକ ବସିଥିବା ନେଇ ସୂଚନା । ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱ ଶେଷ ନିଷ୍ପତି ଶୁଣାଇବେ ବୋଲି କୁହାଯାଉଛି । ସବୁ କିଛି ଚୂଡ଼ାନ୍ତ ହୋଇଯାଇଛି ବୋଲି ଖବର ମିଳିଛି । କେବଳ ଔପଚାରିକତା ହିଁ ବାକି ଅଛି । ଏହା ପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି । Post navigation ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ