ଅଯୋଧ୍ୟା: ରାମମନ୍ଦିର ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାବାସି ଲୋକଙ୍କୁ କିଛି ହୃଦୟ ଛୁଆଁ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆଜି ଆମର ରାମ ତାଙ୍କ ଜନ୍ମ ଭୂମି କୁ ଫେରିଛନ୍ତି। ଏତେ ବର୍ଷ ଅପେକ୍ଷା କରିବା ପରେ ଶ୍ରୀ ରାମ ଫେରିଛନ୍ତି। ଆଉ ଆମ ପ୍ରଭୁ ଟେଣ୍ଟରେ ରହିବେନି ।, ରାମ ଲଲା ଏବେ ମନ୍ଦିରରେ ରହିବେ। ଏହି ମୁହୂର୍ତ୍ତରେ ଆଜି ହେଉଛି ସବୁଠାରୁ ପବିତ୍ର ଏଵଂ ଏହା ଏକ ନୂତନ ଇତିହାସ ସୃଷ୍ଟି କରିଛି। କିଛି ଲୋକ କହୁଥିଲେ ଯଦି ରାମ ମନ୍ଦିର ନିର୍ମାଣ ହେଲେ ନିଆଁ ଲାଗିଯିବ। ବିରୋଧୀମାନଙ୍କୁ ମୋଦୀ କହିଛନ୍ତି ଯେ ଶୁଣିବା ଉଚିତ୍ – ରାମ ଅଗ୍ନି ନୁହେଁ, ରାମ ଶକ୍ତି, ରାମ ସମସ୍ତଙ୍କର, ରାମ ବିବାଦର ସମାଧାନ ନୁହେଁ, ରାମ ଅନନ୍ତକାଳ, ଏହା ରାମ ଲଲାଙ୍କ ଜୀବନ ପ୍ରତିଷ୍ଠା ନୁହେଁ ବରଂ ଭାରତ ସଂସ୍କୃତିର ଜୀବନ ପ୍ରତିଷ୍ଠା। ଏହି ମନ୍ଦିର କେବଳ ଦେବତା ମନ୍ଦିର ନୁହେଁ, ଏହା ଭାରତର ଦର୍ଶନ ମନ୍ଦିର, ଏହା ଭାରତର ଚେତନା ମନ୍ଦିର !! ରାମ ହେଉଛନ୍ତି ବିଶ୍ୱାସ, ରାମ ହେଉଛି ନୀତି, ରାମ ହେଲେ ନିରନ୍ତର !! Post navigation ସରିଲା କାଳ କାଳର ପ୍ରତୀକ୍ଷା; ବିରାଜିଲେ ଶ୍ରୀରାମ ଏନଡିଏକୁ ଫେରିବେ କି ନୀତିଶ କୁମାର? ଚର୍ଚ୍ଚାରେ ବିହାରର ରାଜନୈତିକ ଚର୍ଚ୍ଚା