Sasmit Patra Writes to Union Law Minister Over Vacancy in Orissa High Court
ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ଖାଲି ପଡ଼ିଥିବାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଉଦ୍‌ବେଗ ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଚିଠି ଲେଖି ବିଚାରପତି ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ।
 
ସାଂସଦଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ମୋଟ ୩୩ଟି ଅନୁମୋଦିତ ବିଚାରପତି ପଦବୀ ଥିବାବେଳେ ମାତ୍ର ୧୩ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଫଳରେ ୨୦ଟି ପଦବୀ ଖାଲି ପଡ଼ିଛି, ଯାହା ମୋଟ ଅନୁମୋଦିତ ପଦବୀର ୬୦.୬ ପ୍ରତିଶତ । ଏହି ଖାଲି ପଦବୀ ହାର ଜାତୀୟ ହାରାହାରି ୨୬ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
 
ଏହାଦ୍ୱାରା ହାଇକୋର୍ଟରେ ମାମଲା ପରିଚାଳନା ଓ ବିଚାର ପ୍ରକ୍ରିୟା ଉପରେ ଚାପ ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।
 
ହାଇକୋର୍ଟରେ ମାମଲା ଜମା ହୋଇ ରହିବା ସ୍ଥିତି ମଧ୍ୟ ଚିନ୍ତାଜନକ ବୋଲି ସସ୍ମିତ ପାତ୍ର ଦର୍ଶାଇଛନ୍ତି। ୨୦୨୬ ଅଗଷ୍ଟ ୭ ତାରିଖରେ ଲୋକସଭାରେ ତାରକା ଚିହ୍ନବିହୀନ ପ୍ରଶ୍ନ ନମ୍ବର ୩୩୭୧ର ଉତ୍ତରରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ମୋଟ ୧,୭୦,୩୪୬ଟି ମାମଲା ବିଚାରାଧୀନ ରହିଛି ।
 
ସେଥିମଧ୍ୟରୁ ୩୮,୯୩୬ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ବିଚାର ଅପେକ୍ଷାରେ ରହିଛି । ଦୀର୍ଘଦିନ ଧରି ମାମଲା ପଡ଼ି ରହିବା ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ସେ ଉଲ୍ଲେଖ କରିଛନ୍ତି ।
 
ତେଣୁ ଓଡ଼ିଶା ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଗ୍ରାଧିକାର ଦେବାକୁ ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Sasmit Patra Writes to Union Law Minister Over Vacancy in Orissa High Court
 
 

By Nirvay

Leave a Reply

Your email address will not be published. Required fields are marked *