ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଅଧିକ ଶକ୍ତିଶାଳୀ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି । ଫଳରେ ଏହା ଆହୁରି ଘନୀଭୂତ ହେବାର ଅନୁକୂଳ ପରିସ୍ଥିତି ରହିଛି। ପାଣିପାଗର ଏହି ପରିବର୍ତ୍ତନକୁ ନେଇ ଆଗାମୀ ଦିନରେ ବଙ୍ଗୋପସାଗରରେ ପାଣିପାଗର ସ୍ଥିତି ଉପରେ ନଜର ରଖାଯାଇଛି । ପାଣିପାଗ ଆକଳନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍ଭାନ୍’ ରହିବ। ଏହାର ଗତିପଥ ଓ ତୀବ୍ରତାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ନିୟମିତ ଭାବେ ନଜର ରଖାଯାଇଛି । ଆଗାମୀ ଦିନରେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ କେଉଁ ଅଞ୍ଚଳରେ କିପରି ରହିବ, ସେନେଇ ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ନଜର ରହିଛି । Post navigation Ashok Tripathy Committee: ଅଶୋକ ତ୍ରିପାଠୀ କମିଟିର ୧୫ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି