କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କରାଯାଇଥିବା ମତଦାନକୁ ନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ପଷ୍ଟୀକରଣ ଦେଇଛନ୍ତି । ଆନ୍ଧ୍ର ପକ୍ଷରୁ ପ୍ରକାଶ କରାଯାଉଥିବା ମତଦାନ ହାରର ତଥ୍ୟ ସନ୍ଦେହଜନକ ଏବଂ ଏହା ପ୍ରକୃତ ସ୍ଥିତିକୁ ଦର୍ଶାଉନାହିଁ ବୋଲି ସେ କହିଛନ୍ତି । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଅନେକ ମତଦାନ କେନ୍ଦ୍ରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏକାଧିକ ଗାଁକୁ ମିଶାଇ ମତଦାନ କରାଯାଇଛି । ତେଣୁ କେବଳ ଆନ୍ଧ୍ରର ଗାଁଗୁଡ଼ିକରୁ କେତେ ଭୋଟ୍ ପଡ଼ିଛି, ତାହାର ପ୍ରକୃତ ତଥ୍ୟ ଜାଣିବା କଷ୍ଟକର । ଏହି ସ୍ଥିତିରେ କୋଟିଆ ଅଞ୍ଚଳରୁ ସର୍ବାଧିକ ୧୦ ପ୍ରତିଶତ ମତଦାନ ହୋଇଥାଇପାରେ ବୋଲି ସେ ଆକଳନ କରିଛନ୍ତି । ୨୦୨୧ରେ କୋଟିଆ ଅଞ୍ଚଳରେ ୧୩ରୁ ୧୬ ପ୍ରତିଶତ ମତଦାନ ହୋଇଥିଲା । ତେବେ ଏଥର ମତଦାନ ହାର ତା’ଠାରୁ ମଧ୍ୟ କମ୍ ରହିଥିବା ଜିଲ୍ଲାପାଳ କହିଛନ୍ତି । Post navigation Clash Between Two Congress Factions: ପିସିସି ସଭାପତିଙ୍କ ଗଞ୍ଜାମ ଗସ୍ତ ବେଳେ କଂଗ୍ରେସରେ ଫାଟ: ଦୁଇ ଗୋଷ୍ଠୀ ମୁହାଁମୁହିଁ