ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଢ଼ାନଗର ଅଞ୍ଚଳରେ ଖଣ୍ଡା ଧରି ଦୁର୍ବୁତ୍ତମାନେ ବେପରୁଆ ଆତଙ୍କରାଜ ଚଳାଇଥିବା ଦେଖିବାକୁ ମିଳିଛି। ଚାରିରୁ ଅଧିକ ସଂଖ୍ୟକ ଦୁର୍ବୁତ୍ତ ହଠାତ୍ ରାଜରାସ୍ତାରେ ଆତଙ୍କ ସୃଷ୍ଟି କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ।

ଏହି ଆକ୍ରମଣ ଏତିକିରେ ସିମୀତ ନଥିଲା; ଦୁର୍ବୁତ୍ତମାନେ ସେହିବାଟ ଦେଇ ଯାଉଥିବା ଜଣେ ଘରୋଇ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିର୍ମମ ମାଡ଼ ମାରିଥିଲେ ଏବଂ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

ରାଜରାସ୍ତାରେ ଏଭଳି ଖଣ୍ଡା ବୁଲାଇବା ଏବଂ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। ଘଟଣା ସମ୍ପୂର୍ଣ୍ଣ ରୂପେ ସିସିଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ, ପୁଲିସ ଏହାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *