ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନେ ଝାଡ଼ାବାନ୍ତି ଓ ଜଣ୍ଡିସ୍ରେ ଆକ୍ରାନ୍ତ ହେବା ପରେ କ୍ୟାମ୍ପସରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ବିଶେଷ କରି ୬ ଓ ୭ ନମ୍ବର ମହିଳା ହଷ୍ଟେଲରେ ଏଭଳି ସଂକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ, ଜଣ୍ଡିସ୍ ବ୍ୟାପିବା ଘଟଣା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର ଖାଦ୍ୟ ଖାଇବା ଉପରେ କଟକଣା ଲଗାଇଛନ୍ତି କର୍ତ୍ତୃପକ୍ଷ। ଗୁପ୍ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବାକୁ ଛାତ୍ରୀଛାତ୍ରଙ୍କୁ ବାରଣ କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ସ୍ୱାତୀ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ଗୋବିନ୍ଦ ସାହୁ ମାର୍କେଟ୍ ସମେତ ବିଶ୍ୱବିଦ୍ୟାଳୟ ଆଖପାଖରେ ଥିବା ଖାଦ୍ୟ ଦୋକାନଗୁଡ଼ିକର ଯାଞ୍ଚ କରାଯିବ। ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାରେ କୌଣସି ଅବହେଳା ଦେଖାଗଲେ ସମ୍ପୃକ୍ତ ଦୋକାନକୁ ତୁରନ୍ତ ବନ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କ୍ୟାମ୍ପସରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବଜାୟ ରଖିବା ସହ ସଂକ୍ରମଣ ରୋକିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। Post navigation नेपाल में एवरेस्ट बेस कैंप के पास लैंडिंग के दौरान दो हेलीकॉप्टरों की टक्कर, भारतीय पर्यटक की मौत Second Phase of Census 2026: ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ