ରାଜ୍ୟରେ ବାତ୍ୟା ‘ମୁରାସୁ’ର ସିଧାସଳଖ କୌଣସି ପ୍ରଭାବ ପଡ଼ି ନଥିଲେ ମଧ୍ୟ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଆଲର୍ଟ ଜାରି କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।

ସେ ସ୍ପଷ୍ଟ କରିଛନ୍ତି, ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଅବସ୍ଥାରେ ରହିଛି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ବିପଦ ଆଶଙ୍କା ରହିଥିବା ଅଞ୍ଚଳରୁ ସ୍ଥାନୀୟ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇ ନିରାପଦରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆଶ୍ରୟ ଦିଆଯାଇଥିଲା।

ଏଥି ସହିତ ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହା ସହିତ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଏକ କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରିଥିବା ବେଳେ, ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିବେ। ଏହି ଗସ୍ତ ପରେ ସେମାନେ ଭୁବନେଶ୍ୱର ଫେରି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *