Public Darshan at Srimandir to Remain Suspended for 3 Hours Today
ଶ୍ରୀମନ୍ଦିରରେ ଆଜି ୩ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ । ଦିବା ପହୁଡ଼ ନୀତି ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ।
 
ମହାକାର୍ତ୍ତିକ ମାସରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ଅଧିକ ରହୁଥିବା ବେଳେ ପ୍ରତିଦିନ ଏହି ନୀତି କରିବା ସମ୍ଭବ ହୋଇପାରୁନାହିଁ । ତେବେ ଆଜି ପାଗ ଅନୁକୂଳ ନଥିବା ସହ ଭକ୍ତଙ୍କ ଭିଡ଼ କମ୍ ରହିଥିବାରୁ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
 
ଏହି ସମୟରେ ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ସମ୍ପନ୍ନ ହେବ । ତେଣୁ ଭକ୍ତମାନେ ଦର୍ଶନ ପାଇଁ ଆସିବା ପୂର୍ବରୁ ଏହି ସମୟସୂଚୀକୁ ଧ୍ୟାନରେ ରଖିବାକୁ ଅନୁରୋଧ ।

By Nirvay

Leave a Reply

Your email address will not be published. Required fields are marked *