ରାଜ୍ୟରେ ସୃଷ୍ଟି ହୋଇଥିବା ବାତ୍ୟା ପରିସ୍ଥିତିକୁ ନେଇ ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ରାଜ୍ୟରେ ଅକ୍ଟୋବର ୨୭ ତାରିଖରେ ଏକ ବାତ୍ୟା ବିପତି ଆସଙ୍କା ଥିବା କଥା ପୂର୍ବରୁ ପାଣିପାଗ ବିଭାଗ ସୂନା ଦେଇଥିଲେ ଏବଂ ଏଥିରେ କୁହାଯାଇଥିଲା ଯେ ବାତ୍ୟାର ଅବପାତ ଆନ୍ଧ୍ରରେ ଘଟିଲେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳ ଅତି ପ୍ରବଳ ବର୍ଷା ହେବାର ବହୁ ସମ୍ଭାବନା ଅଛି । ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟ ସରକାର ବହୁ ପୂର୍ବରୁ ଏହା ଜାଣିଥିଲେ ଏବଂ ରାଜ୍ୟରେ ବାତ୍ୟାଜନିତ ସୁନ ମୃତ୍ୟୁ ହେବାର ଘୋଷଣା ବାରମ୍ବାର କହି ଚାଲିଥିଲେ । କିନ୍ତୁ ପରିତାପର ବିଷୟ ଅତିବୃଷ୍ଟି ଜନିତ କ୍ଷୟକ୍ଷତି ପରେ ଆନ୍ତରିକତା ସହିତ କୌଣସି ଚିନ୍ତା କରିନଥିଲେ । ଏହି ଅଦୁରଦର୍ଶିତା ପାଇଁ ଓଡ଼ିଶାର ଏକ ବିରାଟ ଅଞ୍ଚଳ ଅନେକ କ୍ଷୟକ୍ଷତିର ସାମ୍ମା କରିବାକୁ ପଡିଲା । ବିଶେଷତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ବୃଷ୍ଟିଜନିତ କ୍ଷୟକ୍ଷତି ଅତିମାତ୍ରାରେ ଘଟିବାର ଦେଖାଦେଲା । ଚାଷ ଉପରେ ଗୁରୁତ୍ୱ ଦେଇଥିବା ଏହି ଅଂଚଳର କେବଳ ଧାନଫସଲ ନଷ୍ଟ ହୋଇନାହିଁ । ଅଧିକନ୍ତୁ ଚାଷିମାନେ କରିଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଏଥିସହି ପାନ ଚାଷ ମଧ୍ୟ କ୍ଷୟକ୍ଷତି ହୋଇଛି । ପାନବରଜିଆମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କଂଗ୍ରେସ ପାଟିର ଏହି ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଥିଲା ଯେ ସମସ୍ତ ଚାଷୀଙ୍କୁ ସେମାନଙ୍କ ଚାଷ ପାଇଁ ବିଶେଷତ ଧାନଫସଲ ସହ, ପରିବା ଚାଷ ନଷ୍ଟ ଓ ପାନଚାଷ କ୍ଷୟକ୍ଷତିର ତୁରନ୍ତ ଭରଣ କରାଯାଉ । କଂଗ୍ରେସର ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ କହିଥିଲେ ଯେ ଗଞ୍ଜାମ ଜିଲ୍ଲାର ଅନ୍ୟତ୍ର ୫୦୦ମିଲିମିଟରରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଭଞ୍ଜନଗରରେ ୧୬୦ ମିଲିମିଟର ବର୍ଷା ହୋଇଥିଲା । ସରକାର ଓ ସରକାରୀକଳର ଅଦୂରଦର୍ଶିତା ପାଇଁ ଲୋହରାଖଣ୍ଡି ନଦୀର ଡହ ଜଳପ୍ରପାତର ଗେଟ୍ ଖୋଲିବା ପାଇଁ ବାତ୍ୟାର ୭ଦନ ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏହାକୁ ଅଣଦେଖା କରି ୨୮ ତାରିଖ ଦିନ ଡହ ଜଳପ୍ରପାତର ୪ଟି ଗେଟ ଖୋଲିଦେଲେ । ଜଳ ସମ୍ପଦ ବିଭାଗର ଅଦୂରଦର୍ଶିତା ପାଇଁ ଭଞ୍ଜନଗର ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ରାଜ୍ୟ ସରକାର ତୁରନ୍ତ ଏହାକୁ ତଦନ୍ତ କରି ସଂପୂକ୍ତ କର୍ମଚାରୀଙ୍କ ଉପରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସତ୍ୟବ୍ରତ ନାୟକ ଦାବି କରିଛନ୍ତି । ସେହିପରି କଂଗ୍ରେସ ଦଳର ଅନ୍ୟତମ ମୁଖପାତ୍ର ଅଭିଶେକ ମହାନନ୍ଦ କହିଛନ୍ତି ଯେ ଏ ସମସ୍ତ ଅବ୍ୟବସ୍ଥା ପାଇଁ ସରକାର ମୁଖ୍ୟତ ଦାୟି ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୃଷ୍ଟିଜନିତ କ୍ଷୟକ୍ଷତି ସଂପୂର୍ଣ୍ଣ ଭାବରେ ମନୁଷ୍ୟକୃତ । ଏଥିପାଇଁ ଦାୟି ସମସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଅନୁସନ୍ଧାନ ଦଳ ଗଞ୍ଜାମ ଓ ଗଜପତି ପ୍ରଭୃତି କ୍ଷୟକ୍ଷତି ଜିଲ୍ଲାକୁ ଖୁବ୍ ଶୀଘ୍ର ଗସ୍ତକରି କ୍ଷୟକ୍ଷତିର ଆକଳନ କରି ପ୍ରଦେଶ କଂଗ୍ରେସ କମିଟିକୁ ରିର୍ପୋଟ ପ୍ରଦାନ କରିବେ । Post navigation Census 2027 to Begin on January 25: ଜାନୁଆରୀ ୨୫ରୁ ଆରମ୍ଭ ହେବ ଜନଗଣନା ୨୦୨୭, ଜାନୁଆରୀ ୧୦ରୁ ସ୍ୱ-ଗଣନା Ganjam Flood Crisis: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଞ୍ଜାମରେ ବନ୍ୟା ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ