ଦୀର୍ଘ ୨୪ ଘଣ୍ଟା ପରେ ଜାତୀୟ ରାଜପଥ-୧୬ରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହା ସହ ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ମଧ୍ୟରେ ଗମନାଗମନ ପୁଣି ଆରମ୍ଭ ହୋଇଛି । ବାହୁଦା ନଦୀର ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିବାରୁ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ଅନ୍ତର୍ଗତ ଲଦାପୁଟି ଅଞ୍ଚଳରେ ବାହୁଦା ନଦୀର ବନ୍ୟାଜଳ ମାଡ଼ି ଆସିଥିଲା । ଫଳରେ ଏନ୍ଏଚ୍-୧୬ ଉପରେ ପାଣି ପ୍ରବାହିତ ହେବା ସହ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟାତ ବନ୍ଦ ରହିଥିଲା । ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା । ବର୍ତ୍ତମାନ ଜଳସ୍ତର କମିବା ପରେ ରାସ୍ତାରେ ଯାତାୟାତ ଆରମ୍ଭ ହୋଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଗାଡ଼ିଗୁଡ଼ିକୁ ଏସ୍କର୍ଟ କରି ଛଡ଼ାଯାଉଛି । ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ ହେବା ପରେ ଯାତ୍ରୀ ଓ ଗାଡ଼ିଚାଳକମାନେ ଆଶ୍ୱସ୍ତି ପାଇଛନ୍ତି । Post navigation Ganjam Flood Situation: ଗଞ୍ଜାମ ବନ୍ୟା ସ୍ଥିତି: ଜିଲ୍ଲାପାଳଙ୍କ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ Flood Management in Ganjam: ଗଞ୍ଜାମରେ ବନ୍ୟା ମୁକାବିଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ