ରାଜ୍ୟର ଦୁଇ ପ୍ରମୁଖ ଜିଲ୍ଲା ଗଞ୍ଜାମ ଏବଂ ଗଜପତିରେ ବନ୍ୟା ପରିସ୍ଥିତି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବନ୍ୟାଜଳ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସଙ୍କଟଜନକ ସ୍ଥିତିରେ ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ଯୋଗାଇଦେବା ବର୍ତ୍ତମାନର ସବୁଠାରୁ ବଡ଼ ପ୍ରାଥମିକତା ବୋଲି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ମତବ୍ୟକ୍ତ କରିଛନ୍ତି। ସେ ସରକାରଙ୍କୁ ତୁରନ୍ତ ବନ୍ୟା ବିପନ୍ନମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ଦୃଢ଼ ଦାବି ଜଣାଇଛନ୍ତି। ଏପରି କଠିନ ସମୟରେ ବିଜେଡି ସବୁବେଳେ ଲୋକମାନଙ୍କ ସାଥୀରେ ଅଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଟ୍ୱିଟ୍ ଯାଗେ ପ୍ରକାଶ କରିଛନ୍ତି। ସେ ଆଉ ମଧ୍ୟ ଏହି ଏହି ଦୁର୍ଦ୍ଦିନରେ ବିଜେଡି ସବୁବେଳେ ଲୋକମାନଙ୍କ ସାଥୀରେ ଅଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରାଯାଇଛି। Post navigation No Change in OPSC Exam Schedule: ବାତିଲ ହେବନି OPSC ପରୀକ୍ଷା, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ମନ୍ତ୍ରୀ ସୁରେଶ ପୂଜାରୀ President’s Odisha Visit Cancelled Again: ପୁଣି ବାତିଲ୍ ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ