ବାତ୍ୟା ‘ଅର୍ଣ୍ଣବ’ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଟିମ୍ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଫସଲ, ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବେ । ଏହାସହ କ୍ଷୟକ୍ଷତିର ବାସ୍ତବ ଚିତ୍ର ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । କହିରଖୁଛୁ ଯେ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ସମେତ ପ୍ରାୟ ୯ଟି ଦକ୍ଷିଣ ଓଡିଶା ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା ଜଳ ମାଡ଼ିଆସି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। Post navigation प्रधानमंत्री मोदी ने जारी की पीएम-किसान योजना की 24वीं किस्त; 9.34 करोड़ किसानों को मिला लाभ Ganjam Floods Situation: ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି: ଆକାଶମାର୍ଗରୁ ରିଲିଫ୍ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ