ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଏହାର ଦୁର୍ଦ୍ଦଶା ଏବେ ଲୋକଙ୍କ ପିଛା ଛାଡୁ ନାହିଁ। ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଭୟବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା କମିଥିଲେ ମଧ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଟପିଯିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା ନଦୀର ଜଳସ୍ତର ପୁରୁଷୋତ୍ତମପୁର ନିକଟରେ ବିପଦ ସଂକେତ ୧୬.୮୩୫ ମିଟର ଥୂବାବେଳେ ଏବେ ଜଳସ୍ବର ୧୮.୨୮୦ ମିଟର ରହିଛି । ସେହିପରି ଘୋଡ଼ାହାଡ଼ ନଦୀର ଜଳସ୍ତର କୁରୁୁଲା ନିକଟରେ ବିପଦ ସଙ୍କେତ ଅତିକ୍ରମ କରି ୩୪.୦୮ ମିଟରରେ ରହିଛି ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସାନଖେମୁଣ୍ଡି ଏବଂ ଦିଗପହଣ୍ଡିରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ପଳାସପୁର ନିକଟସ୍ଥ ଘୋଡ଼ାହାଡ଼ ପୋଲ ଉପରେ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦିଗପହଣ୍ଡି-ଆସ୍କା ରାସ୍ତା ବନ୍ଦ ହୋଇଯାଇଛି। ନଦୀର ବନ୍ୟା ଜଳ ଲୋକମାନଙ୍କୁ ଆତଙ୍କିତ କରିଥିବା ବେଳେ ବର୍ଷା ଛାଡ଼ିବା ପରେ ପ୍ରକୃତ କ୍ଷତିର ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଧୋଇ ହୋଇଯିବା ସହ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶି ସବୁକିଛି ଛାରଖାର କରିଦେଇଛି। ଏହାଛଡ଼ା ଏକର ଏକର ଚାଷ ଜମିରେ ପାଣି ଜମି ରହିବାରୁ ପାଚିଲା ଧାନ ଏବଂ ପନିପରିବା ଫସଲ ବହୁ ପରିମାଣରେ ନଷ୍ଟ ହୋଇଯାଇଛି, ଯାହାକି ଚାଷୀକୁଳଙ୍କ ଚିନ୍ତା ବଢ଼ାଇ ଦେଇଛି। ପାଣିଘେରରେ ରହିବା ଯୋଗୁଁ ଏହି ସବୁ ଅଞ୍ଚଳର ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହିତ ଯାତାୟାତ ଏବଂ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। Post navigation Taptapani Ghat Landslide: ତପ୍ତପାଣି ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ରାସ୍ତାବନ୍ଦ, ଯାତ୍ରୀ ହନ୍ତସନ୍ତ PM-KISAN 24th Instalment: ପିଏମ୍ କିଷାନ୍ ଯୋଜନା; ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨,୦୦୦ ଟଙ୍କାର କିସ୍ତି ଟଙ୍କା