ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ଜ୍ଞାନୋଦୟ: ଶିକ୍ଷା ରୁ ସମୃଦ୍ଧି’ ଯୋଜନା ଅଧୀନରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ସ୍ନାତକ ନାମଲେଖା ସମୟରେ ଦେୟ ପ୍ରଦାନ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ନାମଲେଖା ଫି’ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଫଳତାର ସହ ଫେରସ୍ତ କରାଯାଇଛି।

ବିଭାଗର ସୂଚନା ମୁତାବକ, ରାଜ୍ୟର ମୋଟ ୧,୧୧,୬୭୮ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସମୁଦାୟ ୬୯.୨୩ କୋଟି ଟଙ୍କା ସଫଳତାର ସହ ଜମା କରାଯାଇଛି। ଶିକ୍ଷାକୁ ସମସ୍ତଙ୍କ ପାଇଁ ସୁଲଭ ଏବଂ ସୁବିଧାଜନକ କରିବା ତଥା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯାକିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି।

​ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଫି’ ଦେଇଥିଲେ, ସେମାନଙ୍କୁ ନିଜର କମନ୍ ଆପ୍ଲିକେସନ୍ ଫର୍ମରେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ତାହା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ଭୁଲ୍ ବ୍ୟାଙ୍କ ତଥ୍ୟ କିମ୍ବା ଟ୍ରାଞ୍ଜାକ୍ସନ୍ ତ୍ରୁଟି ଯୋଗୁଁ ଯଦି କାହାର ଟଙ୍କା ପହଞ୍ଚି ନାହିଁ, ତେବେ ସେମାନଙ୍କୁ ନିଜର ତଥ୍ୟ ସଂଶୋଧନ କରିବା ପାଇଁ ଶୀଘ୍ର SAMS ଛାତ୍ର ଲଗଇନ୍ ପୋର୍ଟାଲରେ ଏକ ସ୍ୱତନ୍ତ୍ର ଲିଙ୍କ୍ ଯୋଗାଇଦିଆଯିବ।

ଏହି ସମ୍ବନ୍ଧୀୟ ଅଧିକ ସୂଚନା ଓ ଅପଡେଟ୍ ପାଇଁ SAMS ଓଡ଼ିଶାର ଅଫିସିଆଲ୍ ପୋର୍ଟାଲ samsodisha.gov.in ପରିଦର୍ଶନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *