ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ (ECoR) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇ ମୋଟ ୨୧ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏହି କଟକଣା ଜାରି କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ, ରାୟଗଡା ଯାଏଁ କେବଳ ଯିବାଆସିବା କରିବ ହିରାଖଣ୍ଡ ଏକ୍ସପ୍ରେସ୍। ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ ଏକ୍ସପ୍ରେସ୍ ୨୯ ତାରିଖ ଯାଏଁ ବାତିଲ୍ ରହିଥିବାବେଳେ, ଭୁବନେଶ୍ୱର-ପୁଣେ ସାପ୍ତାହିକ ଏକ୍ସପ୍ରେସ୍ ଆଜି ଦିନକ ପାଇଁ ବାତିଲ୍ କରାଯାଇଛି। ଏହା ବ୍ୟତୀତ ଆଗାମୀ ୨୮ ତାରିଖରେ ରାୟଗଡ-ଗୁଣୁପୁର ଏକ୍ସପ୍ରେସ୍, ଏବଂ ୩୧ ତାରିଖ ଯାଏଁ କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍ ଓ ସେହି ରୁଟର ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ୍ କରାଯାଇଛି। ଏଥିସହିତ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍ ୨୯ରୁ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ନିଜର ଟ୍ରେନ୍ ସ୍ଥିତି ଯାଞ୍ଚ କରି ବାହାରିବାକୁ ପରାମର୍ଶ ଦିଆଯାଇଛି। Post navigation IAS Officer Sanjay Singh to Move to Bihar Cadre: ଓଡ଼ିଶା କ୍ୟାଡର୍ ଛାଡ଼ି ବିହାର ଯିବେ IAS ସଞ୍ଜୟ କୁମାର ସିଂହ E20 पेट्रोल के खिलाफ ‘पेड कैंपेन’ चलाया गया था: नितिन गडकरी