ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର କାୟା ବିସ୍ତାରକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଝଟକା ପବନର ବେଗ ୯୦ କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୮ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ୟାନମ ଓ କାକିନାଡ଼ା ପାର୍ଶ୍ୱ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜଣାପଡିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି. ରହିବାକୁଥିବା ବେଳେ ଝଟକା ପବନର ବେଗ ୧୪୦ କି.ମି. ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ମିଳିଛି। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପାଗ ବଦଳିବାକୁ ବସିଛି। ୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବିଶେଷକରି ୨୮ ତାରିଖରେ ରାଜ୍ୟରେ ଅତି ପ୍ରବଳ ଏବଂ କିଛି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ଆସନ୍ତା ୨୯ ତାରିଖ ବେଳକୁ ଏହା ଏକ ଗଭୀର ଅବପାତ ରୂପେ ଛତିଶଗଡ଼ ଆଡ଼େ ଗତି କରିବ ଏବଂ ୩୦ ତାରିଖ ସକାଳ ସୁଦ୍ଧା ଏହାର ପ୍ରଭାବ କମିଯିବ ବୋଲି IMD ଡିଜି ମହାପାତ୍ର ପୂର୍ବାନୁମାନ କରିଛନ୍ତି। Post navigation Odisha Man Dies in Haryana Police Custody: ହରିୟାଣା ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ BJD Slams BJP Over Puri Habisyali Misery: ପୁରୀରେ ହବିଷ୍ୟାଳୀ ମା’ମାନଙ୍କୁ ସୁବିଧା ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି