କଟକ କାଠଯୋଡ଼ି ନିକଟସ୍ଥ ରେଳଧାରଣାରୁ ଜଣେ ପୋଲିସ ସହକାରୀ ଉପ-ନିରୀକ୍ଷକ (ASI)ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ, ଯାହାଙ୍କ ଘର ବାଲୁଗାଁ ଅଞ୍ଚଳରେ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିତେନ୍ଦ୍ର ୨୦୧୧ ମସିହାରେ କନଷ୍ଟେବଲ ଭାବେ ପୋଲିସ ବିଭାଗରେ ସେବା ଆରମ୍ଭ କରିଥିଲେ। ପ୍ରାୟ ପାଞ୍ଚ ମାସ ତଳେ ତାଙ୍କୁ ASI ପଦବୀକୁ ପଦୋନ୍ନତି ମିଳିଥିଲା ଏବଂ ସେ ବାଇରୀ ତାଲିମ କେନ୍ଦ୍ରରେ ଟ୍ରେନିଂ ନେଉଥିଲେ। ଦୁର୍ଗାପୂଜା ଡ୍ୟୁଟି ପାଇଁ ସେ କଟକ ବିଦାନାସୀ ଚାହାଟା ଅଞ୍ଚଳରେ ରହୁଥିଲେ ।

​ସ୍ଥାନୀୟ ଲୋକେ ରେଳଧାରଣାରେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା ନା ଅନ୍ୟ କୌଣସି କାରଣ ରହିଛି, ସେ ନେଇ ପୋଲିସ ଛାନ୍‌ଭିନ୍ ଚଳାଇଛି।

Leave a Reply

Your email address will not be published. Required fields are marked *