ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜର ଦୁଇଦିନିଆ ଓଡ଼ିଶା ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ସ୍ଥିରୀକୃତ ସୂଚୀ ଅନୁଯାୟୀ ରାଷ୍ଟ୍ରପତି ଅକ୍ଟୋବର ୨୮ ଓ ୨୯ ତାରିଖରେ ମୟୂରଭଞ୍ଜ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଖରାପ ପାଣିପାଗ ଓ ବାତ୍ୟା ଆଶଙ୍କା ଯୋଗୁଁ ଏହି ଗସ୍ତକୁ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି।

ତବେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାତିଲ ହୋଇନଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୪ ଏବଂ ୫ ତାରିଖରେ ଜିଲ୍ଲା ଗସ୍ତ କରିବେ।

ନିଜର ଏହି ଦୁଇଦିନିଆ ଗସ୍ତ ସମୟରେ ତାଙ୍କର ରାୟରଙ୍ଗପୁର, ବାହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଏବଂ ଗୋରୁମହିଷାଣୀ ଗସ୍ତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଝଡ଼ତୋଫାନର ସମ୍ଭାବ୍ୟ ପ୍ରଭାବକୁ ଏଡ଼ାଇବା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *