ଝାରସୁଗୁଡ଼ା ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଓରିଏଣ୍ଟ ଥାନା ଅନ୍ତର୍ଗତ ଆମ୍ରଦରହ ଜଙ୍ଗଲ ନିକଟରେ ପୋଲିସ ଓ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟରେ ମୁହାଁମୁହିଁ ଗୁଳିବିନିମୟ ଘଟିଛି, ଯେଉଁଥିରେ ଅଭିଯୁକ୍ତ ବଣ୍ଟି ପ୍ରସାଦ ଆହାତ ହୋଇ ଗିରଫ ହୋଇଛି । ଅପରାଧୀ ବଣ୍ଟି ପ୍ରସାଦ ନାଁରେ ପୂର୍ବରୁ  ବ୍ରଜରାଜନଗର ଓ ଝାରସୁଗୁଡ଼ା ଆଦି ବିଭିନ୍ନ ଥାନାରେ ୧୭ଟିରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ପଞ୍ଜୀକୃତ ହୋଇ ରହିଛି । ପୋଲିସ ଦୀର୍ଘ ଦିନ ହେବ ତାକୁ ଖୋଜୁଥିବା ବେଳେ ଆଜି ଏହି ଏନକାଉଣ୍ଟର ପରେ ତାକୁ ଗିରଫ କରାଯାଇଛି ।

 

 

Leave a Reply

Your email address will not be published. Required fields are marked *