ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରୁ Virtual ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ଉଦ୍ଘାଟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ଆଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ଚଳିତ ବର୍ଷ ରାଜ୍ୟର ପ୍ରାୟ ୩୦,୦୦୦ ଆର୍ଥିକ ଅନାଗ୍ରସର ନାଗରିକଙ୍କୁ ପୁରୀ ନେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଯିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଗରିବ ନାଗରିକ, ୬୦ ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଏବଂ ଯେକୌଣସି ବୟସର ବିଧବା ମହିଳାମାନଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନ କରାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ପର୍ଯ୍ୟାୟରେ ୩ଟି ଜିଲ୍ଲାରୁ ମୋଟ ୯୧୦ ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ। ଆଗାମୀ ଦିନରେ ଏହି ଅଭିଯାନକୁ ଅଧିକ ବ୍ୟାପକ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅକ୍ଟୋବର ୧୭ ତାରିଖ ସୁଦ୍ଧା ୧୩ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ୫୩୫ ଜଣ ଶ୍ରଦ୍ଧାଳୁଙ୍କୁ ପୁରୀ ଆଣି ଦର୍ଶନ କରାଇବା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ଏହି ସୁବିଧା ଦ୍ୱାରା ରାଜ୍ୟର ବହୁ ସଂଖ୍ୟକ ଭକ୍ତ ସହଜ ଓ ସୁବିଧାରେ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିପାରିବେ। Post navigation TextBooks Errors Row: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରାଉ କରିବ ବିଜେଡି MMDR Amendment Act: ଖଣି ଆଇନ ସଂଶୋଧନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ