ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣ ଏବଂ ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି । ମହାପ୍ରସାଦର ସୁବ୍ୟବସ୍ଥିତ ଉପଲବ୍ଧତା ଓ ଆନନ୍ଦ ବଜାରକୁ ଅଧିକ ବ୍ୟବସ୍ଥିତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଆଇନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଏକ ନିର୍ଦ୍ଦିଷ୍ଟ ରେଟ୍ ଚାର୍ଟ ପ୍ରସ୍ତୁତ କରାଯିବ। ଭକ୍ତମାନେ ଯେପରି ସ୍ପଷ୍ଟ ମୂଲ୍ୟରେ ମହାପ୍ରସାଦ ପାଇପାରିବେ, ସେଥିପାଇଁ ଆନନ୍ଦ ବଜାରରେ ମୂଲ୍ୟ ତାଲିକା ପ୍ରଦର୍ଶନ ନେଇ ପଦକ୍ଷେପ ନିଆଯିବ । ବାହାରୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ଛୋଟ କୋଡ଼ୁଆରେ ମହାପ୍ରସାଦ ନେଇଯିବାର ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏଥିସହ ଶ୍ରୀମନ୍ଦିରରେ ଜାଳେଣି କାଠର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରୀ ଜମି ଓ ଶ୍ରୀମନ୍ଦିର ଜମିରେ ବ୍ୟାପକ ବୃକ୍ଷରୋପଣ କରି ନୂଆ ଜଙ୍ଗଲ ସୃଷ୍ଟି କରିବା ନେଇ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଇଛି । Post navigation Question Paper Leak at Vikram Dev University: ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ସ୍ଥଗିତ Schools Face Power Cuts: ବିଭିନ୍ନ ସ୍କୁଲ୍ରେ ବିଦ୍ୟୁତ ସଂଯୋଗ କାଟିବା ପ୍ରସଙ୍ଗ: ତୁରନ୍ତ ସଂଯୋଗ ଦେବାକୁ ନିର୍ଦ୍ଦେଶ