ନବରଙ୍ଗପୁର ଜିଲ୍ଲାରେ ବେଆଇନ ଗଛ କଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଫରେଷ୍ଟରଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ସେକ୍ସନରେ କାର୍ଯ୍ୟରତ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନବରଙ୍ଗପୁର ଡିଏଫ୍ଓ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ବିନା ଅନୁମତିରେ ଗଛ କାଟିଥିବା ଅଭିଯୋଗ ହୋଇଥିଲା। ଏଥିସହ ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ବେଆଇନ ଭାବେ ଗଛ କଟାଯାଇଥିବା ଏବଂ ଆର୍ଥିକ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହି ଅଭିଯୋଗକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ନୋଟିସ୍ର ଉତ୍ତର ସନ୍ତୋଷଜନକ ନ ହେବାରୁ ନବରଙ୍ଗପୁର ଡିଏଫ୍ଓ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। Post navigation Odisha Govt Effects IAS Reshuffle: IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର 7 Odia Tourists Killed in Madhya Pradesh: ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ପର୍ଯ୍ୟଟକ ମୃତ