ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ସ୍ୱତନ୍ତ୍ର ସଚିବ ଓ ସଚିବ ସ୍ତରରେ ନୂତନ ନିଯୁକ୍ତି ସହ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି ଅଦଳବଦଳ ଅନୁଯାୟୀ, ସୂର୍ଯ୍ୟନାରାୟଣ ଦାସ, ସୌଦାମିନୀ ସେଠୀ ଓ ଶୁଭ୍ରା ମହାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ମଧୁମିତା ନାୟକଙ୍କୁ ଶ୍ରମ ମନ୍ତ୍ରାଳୟର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି । ସେହିପରି ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏହାସହ ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଏବଂ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହି ପ୍ରଶାସନିକ ଅଦଳବଦଳ ମାଧ୍ୟମରେ ବିଭିନ୍ନ ବିଭାଗରେ ଦାୟିତ୍ୱ ପୁନଃବଣ୍ଟନ କରାଯାଇଛି । Post navigation Odisha Assembly’s 7th Session: ବିଧାନସଭାର ସପ୍ତମ ଅଧିବେଶନ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି Forester Suspended in Nabarangpur: ବେଆଇନ ଗଛ କଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ