ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ବଡ଼ସିଂହାର ବେଶ ପରଠାରୁ ପୂଜାପଣ୍ଡା ସେବାୟତମାନେ ସମସ୍ତ ନୀତିକାନ୍ତି ବନ୍ଦ ରଖିଛନ୍ତି । ଗତକାଲି ରାତି ପ୍ରାୟ ୧୧ଟାରୁ ପୂଜାପଣ୍ଡା ସେବାୟତଙ୍କ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ପତ୍ରି ସେବାୟତ ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ସେବା ପୂଜାକୁ ନେଇ କିଛି ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ଯୋଗୁଁ ନୀତିକାନ୍ତି ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *