Indonesia Seeks Repatriation of 5 Orangutans Rescued in Odisha

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରାଣୀଉଦ୍ୟାନରେ ରହୁଥିବା ଓରାଙ୍ଗଉଟାନମାନଙ୍କଠାରେ ରକ୍ତହୀନତା ସମସ୍ୟା ଦେଖାଦେଇଥିବା ଚିହ୍ନଟ ହୋଇଛି।

ଚିହ୍ନଟ ହୋଇଥିବା ଓରାଂଉଟାନ୍‌ଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୨ ଜଣଙ୍କଠାରେ ସାମାନ୍ୟ ରକ୍ତହୀନତା ଲକ୍ଷଣ ଦେଖାଦେଇଛି। ନନ୍ଦନକାନନର ଇନ୍-ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ଏହି ରକ୍ତହୀନତା ବିଷୟରେ ଜଣାପଡ଼ିଛି।

ଅନ୍ୟପଟେ ପ୍ରାଣୀଉଦ୍ୟାନର ବିଶେଷଜ୍ଞ ପଶୁଚିକିତ୍ସକ ଦଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କ୍ରମାଗତ ନଜର ରଖିଛନ୍ତି। ଆବଶ୍ୟକୀୟ ଔଷଧ ଓ ପୋଷକତତ୍ତ୍ୱ ଯୋଗାଇ ଦେଇ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ସ୍ୱେଶାଲ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *