ଓଡ଼ିଶାର ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ମେଗା ସମରାଭ୍ୟାସ ‘ସାଗର କବଚ’। ଉପକୂଳବର୍ତ୍ତୀ ଅଞ୍ଚଳର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ଆୟୋଜନ କରାଯାଇଛି। ସମୁଦ୍ରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା ଏବଂ ଜଳପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଏହି କସରତ ଚାଲିଛି। ସୂଚନା ଅନୁଯାୟୀ ୨୬-୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରତି ବର୍ଷ ଏହି ମିଳିତ ସମରାଭ୍ୟାସ କରାଯାଉଛି । Post navigation Nuakhai Celebrations at Rashtrapati Bhavan: ରାଷ୍ଟ୍ରପତି ଭବନରେ ଧୂମଧାମରେ ପାଳିତ ହେଲା ‘ନୂଆଁଖାଇ’: ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତିର ଝଲକ