ଓଡ଼ିଶାର ଗର୍ବ ଓ ଗୌରବ ‘କୋରାପୁଟ କଫି’ ଏବେ ବିଶ୍ୱ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋରାପୁଟ କଫିର ବିଶ୍ବସ୍ତରୀୟ ବ୍ରାଣ୍ଡିଂ ଏବଂ ପ୍ରଚାର-ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବ୍ରିକ୍ସ ସମ୍ମିଳନୀ ଭଳି ଅନ୍ତର୍ଜାତୀୟ ମଞ୍ଚରେ ବିଶ୍ୱର ପ୍ରମୁଖ ନେତାମାନଙ୍କ ନିକଟରେ କୋରାପୁଟ କଫି ପହଞ୍ଚିପାରିଛି, ଯାହା ଓଡ଼ିଶା ପାଇଁ ଏକ ବଡ଼ ସଫଳତା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମଧ୍ୟ କୋରାପୁଟ କଫିର ଗୁଣବତ୍ତା ଓ ସ୍ୱାଦ ବିଷୟରେ ଚର୍ଚ୍ଚା କରିଥିଲେ। ବ୍ରିକ୍ସ ସମ୍ମିଳନୀ ମାଧ୍ୟମରେ ବିଶ୍ୱର ପ୍ରମୁଖ ନେତାମାନଙ୍କ ପାଖରେ କୋରାପୁଟ କଫିର ମହକ ପହଞ୍ଚିପାରିଛି।

ଏହି ଅନ୍ତର୍ଜାତୀୟ ବ୍ରାଣ୍ଡିଂ ଦ୍ୱାରା ଓଡ଼ିଶାରେ ସ୍ଥାନୀୟ ଚାଷୀଙ୍କ ଜୀବିକାରେ ଉନ୍ନତି ଆସିବା ସହ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ବିକାଶ ଘଟିବ । କୋରାପୁଟର ଜୈବିକ କଫି ଚାଷ ଆଜି ସ୍ଥାନୀୟ ଆଦିବାସୀ ମହିଳା ଓ ଚାଷୀମାନଙ୍କ ପାଇଁ ରୋଜଗାରର ନୂଆ ବାଟ ଖୋଲିଥିବା ବେଳେ, ସରକାରଙ୍କ ଏହି ବ୍ରାଣ୍ଡିଂ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଆହୁରି ମଜବୁତ କରିବ।

Leave a Reply

Your email address will not be published. Required fields are marked *