ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ କାଚ ଘରୁ ବାହାର କରି ଓପନ୍ ଏନ୍କ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିରଳ ପ୍ରାଣୀମାନଙ୍କୁ ନୂଆ ପରିବେଶ ସହ ଖାପ ଖୁଆଇବା ପାଇଁ ପ୍ରଥମେ କ୍ୱାରେଣ୍ଟାଇନ୍ରେ ରଖାଯିବ। ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। ବୈଷୟିକ କମିଟିରୁ ଅନୁମତି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ, ଓରାଙ୍ଗଉଟାନ୍ ଚୋରା ଚାଲାଣ ମାମଲାର ପର୍ଦ୍ଦାଫାଶ କରିବା ପାଇଁ ସ୍ପେଶାଲ ଟାସ୍କ ଫୋର୍ସ (STF) ତତ୍ପରତା ପ୍ରକାଶ କରିଛି। ଏହି ଚୋରା କାରବାରର ଚେର ଖୋଜିବା ପାଇଁ STF ଟିମ୍ ଆସାମ, ମିଜୋରାମ ଏବଂ ମହାରାଷ୍ଟ୍ର ଏହି ୩ଟି ରାଜ୍ୟରେ ତଦନ୍ତ ପ୍ରକ୍ରିୟା ଜୋରଦାର କରିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ତିନୋଟି ରାଜ୍ୟର ବିଭିନ୍ନ ସ୍ଥାନରୁ ଅବୈଧ ଭାବେ ଚାଲାଣ ହେଉଥିବା ଓରାଙ୍ଗଉଟାନ୍ଙ୍କୁ ଉଦ୍ଧାର କରାଯାଇଥିଲା। Post navigation Chhatron Ki Goonj program in Odisha: ଅକ୍ଟୋବରରେ ଓଡ଼ିଶା ଆସି ପାରନ୍ତି ରାହୁଲ ଗାନ୍ଧୀ Global Demand Soars For Koraput Coffee: କୋରାପୁଟ କଫିର ବଢ଼ୁଛି ଚାହିଦା: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା