ଆସନ୍ତା ଅକ୍ଟୋବର ମାସରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରଙ୍କ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଟିମ୍ ସହିତ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଗସ୍ତ ନେଇ ଆଲୋଚନା ଶେଷ ହୋଇଛି। ଏହି ବିଶାଳ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହେବେ। ରାଜ୍ୟର ଛାତ୍ର ଓ ଯୁବବର୍ଗଙ୍କ ସମସ୍ୟା ଏବଂ ସେମାନଙ୍କ ସ୍ୱରକୁ ପ୍ରାଧାନ୍ୟ ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। Post navigation Major Security Lapse at Delhi Airport: ଏୟାର ଇଣ୍ଡିଆକୁ ସୋ-କଜ୍ ନୋଟିସ୍ ଜାରି Nandankanan Plans Open-Air Exposure For Orangutans: ନନ୍ଦନକାନନରେ ଓପନ୍ ଏନ୍କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ୍