ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ପାଇଁ ଭାରତର ୨୪ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି ୩ ଜଣ ଓଡ଼ିଆ କ୍ରିକେଟର । ଏହା ଓଡ଼ିଶାର ଦୃଷ୍ଟିବାଧିତ କ୍ରିକେଟ୍ ପାଇଁ ଏକ ଗର୍ବର ବିଷୟ ହୋଇଛି । ସମ୍ଭାବ୍ୟ ଦଳରେ କୋରାପୁଟର ନକୁଳ ବଡ଼ନାୟକ ଓ ସୁଖରାମ ମାଝୀ ସ୍ଥାନ ପାଇଥିବା ବେଳେ କଟକର ଦେବରାଜ ବେହେରାଙ୍କୁ ମଧ୍ୟ ସୁଯୋଗ ମିଳିଛି । ଏହି ତିନି ଓଡ଼ିଆ କ୍ରିକେଟର ନିଜ ପ୍ରତିଭା ଓ ପ୍ରଦର୍ଶନ ବଳରେ ଜାତୀୟ ସ୍ତରରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି । ୨୪ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ପରେ ଏହି ତିନି ଖେଳାଳି ଦେଶ ପାଇଁ ଖେଳିବା ସହ ଏସିଆ କପ୍ରେ ଓଡ଼ିଶାର ଗୌରବ ବଢ଼ାଇବେ ବୋଲି ଆଶା କରାଯାଉଛି । Post navigation नई दिल्ली में मोदी-जिनपिंग की द्विपक्षीय बैठक, BRICS सहयोग और भारत-चीन संबंधों पर चर्चा