ନୂଆଦିଲ୍ଲୀର ଆୟୋଜିତ ହେବାକୁ ଥିବା ୧୮ଶ BRICS ସମ୍ମିଳନୀରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ମିଡିଆ କିଟ୍ରେ ଓଡ଼ିଶାର ପ୍ରସିଦ୍ଧ ‘କୋରାପୁଟ କଫି’କୁ ସ୍ଥାନ ମିଳିଛି। ଏହାଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦେଶ ବିଦେଶରୁ ଆସୁଥିବା ସାମ୍ବାଦିକମାନଙ୍କ ପାଇଁ ଏହି ମିଡିଆ କିଟ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଭାରତର ବିବିଧ ସଂସ୍କୃତି, ଖାଦ୍ୟପେୟ ଓ ହସ୍ତଶିଳ୍ପର ଝଲକ୍ ଦେଖିବାକୁ ମିଳୁଛି। କୋରାପୁଟ କଫି ସହିତ ବିହାରର ଛତୁଆ ଓ ମଖାନା ଏବଂ ଗୁଜରାଟର ପ୍ରସିଦ୍ଧ ହସ୍ତଶିଳ୍ପକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହା ସହିତ ଓଡ଼ିଶା ସରକାରଙ୍କ ସହଯୋଗରେ ସମ୍ମିଳନୀକୁ ଆସୁଥିବା ଅତିଥିମାନଙ୍କୁ କୋରାପୁଟ କଫିର ସ୍ୱାଦ ଓ ମହକ ଅନୁଭବ କରିବାର ସୁଯୋଗ ମିଳିବ, ଯାହା ବିଶ୍ୱସ୍ତରରେ ଏହାର ଚାହିଦା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏଥିରେ ଓଡ଼ିଶାର କୋରାପୁଟ କଫି ସହ ବିହାରର ଛତୁଆ, ମଖାନା ଏବଂ ଗୁଜରାଟର ହସ୍ତଶିଳ୍ପ ଆଦି ସାମଗ୍ରୀକୁ ସାମିଲ କରାଯାଇଛି। ଏହି ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଓଡ଼ିଶାର ୨୩ ବର୍ଷୀୟ ସୂକ୍ଷ୍ମ ଶିଳ୍ପୀ ତଥା ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ବିଜୟ କୁମାର। ସେ ଚକ୍ ବ୍ୟବହାର କରି ମାତ୍ର ୧ ସେଣ୍ଟିମିଟର ଆକାରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କର ପ୍ରତିକୃତି, ବ୍ରିକ୍ସ ଲୋଗୋ ଏବଂ ଜାତୀୟ ପତାକାସବୁ ତିଆରି କରିଛନ୍ତି। ପ୍ରାୟ ଗୋଟିଏ ମାସର ପରିଶ୍ରମ ପରେ ସେ ଏହି ସୂକ୍ଷ୍ମ କଳାକୃତି ନିର୍ମାଣ କରିବାରେ ସଫଳ ହୋଇଛନ୍ତି, ଯାହା ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛି। Post navigation BRICS समिट से पहले PM मोदी और पुतिन के बीच द्विपक्षीय बातचीत; पुतिन ने मोदी को दिया रूस आने का न्योता Telkoi BJP MLA Fears For Life: ତେଲକୋଇ ବିଧାୟକଙ୍କୁ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ: ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ପତ୍ର