ବାରିପଦାରେ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦୁଇ ଜଣ ଅଡିଟରଙ୍କ ନିକଟରୁ ସନ୍ଦେହଜନକ ଭାବେ ରଖାଯାଇଥିବା ନଗଦ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଅଡିଟର ଦ୍ଵୟ ହେଲେ ପ୍ରଶାନ୍ତ କୁମାର ପ୍ରଧାନ ଓ ପ୍ରଜ୍ଞାନ ପ୍ରକାଶ ପାତ୍ର। ଅଗଷ୍ଟ ୩୦ ତାରିଖରୁ ଉଭୟ ଅଡିଟର DWO କାର୍ଯ୍ୟାଳୟ, ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ହାୟର ସେକେଣ୍ଡାରୀ ସ୍କୁଲ ଓ SSD ହୋଷ୍ଟେଲଗୁଡ଼ିକର ଅଡିଟ୍ କରିବା ପାଇଁ ବାରିପଦାରେ ରହୁଥିଲେ। ଅଡିଟ୍ ସୁରୁଖୁରୁରେ ସମ୍ପାଦନ କରିବା ବଦଳରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ଭିଜିଲାନ୍ସ ଉଭୟ ଅଧିକାରୀଙ୍କୁ ପଚରାଉଚରା ଜାରି ରଖିବା ସହ ଅସାଧୁ ଉପାୟରେ ସମ୍ପତ୍ତି ଠୁଳ ମାମଲାରେ ସେମାନଙ୍କ ସମ୍ପୃକ୍ତ ଠିକଣାରେ ଖୋଜତଲାସ ଚଳାଇଛି। Post navigation Samiti Member Shot Dead in Baragada: ବରଗଡ଼ରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, କାର୍ ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର No Public Release of Ratna Bhandar Inventory: ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା: ଆଇନ ମନ୍ତ୍ରୀ