ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାରର ଗଣତି କାର୍ଯ୍ୟ ମାର୍ଗଶୀର ମାସ ଶେଷ ସୁଦ୍ଧା ଶେଷ ହେବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଗଣତି ପ୍ରକ୍ରିୟା ଶେଷ ହେବା ପରେ ମଧ୍ୟ ରତ୍ନଭଣ୍ଡାର ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ରତ୍ନଭଣ୍ଡାରର ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି କାର୍ଯ୍ୟ ନିର୍ଦ୍ଧାରିତ ନିୟମାନୁସାରେ କରାଯାଉଛି। ମହାପ୍ରଭୁଙ୍କ ରନୂଭଣ୍ଡାର ରିଲ୍ସ ବିଷୟବସ୍ତୁ ନୁହେଁ’, ଏହା ମଧ୍ୟ ଏକ ଗୁପ୍ତ ସେବା । ରତ୍ନଭଣ୍ଡାରର ଗୋପନୀୟତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତି ବିବରଣୀ ଗୁପ୍ତ ରଖାଯିବ। ସମସ୍ତ ମୂଲ୍ୟବାନ ସାମଗ୍ରୀର ହିସାବ ନିର୍ଦ୍ଧାରିତ ସରକାରୀ ନିୟମ ଓ ପ୍ରକ୍ରିୟା ଅନୁସାରେ ସୁଚାରୁ ରୂପେ ଚାଲିଛି। ସେ ଆଉ ମଧ୍ୟ କହିଛନ୍ତି ଯଦି କୌଣସି ଆଇନଗତ ଭାବେ ଅଧିକୃତ ବ୍ୟକ୍ତି ଗଣତି ପ୍ରକ୍ରିୟା କିମ୍ବା ହିସାବ ସମ୍ପର୍କରେ ତଥ୍ୟ ମାଗନ୍ତି, ତେବେ ପ୍ରଚଳିତ ନିୟମାବଳୀକୁ ଆଧାର କରି ଆବେଦନ ବିଚାର କରାଯିବ ଏବଂ ଆବଶ୍ୟକୀୟ ସୂଚନା ଦିଆଯିବ। ରତ୍ନଭଣ୍ଡାର ଗଣତି ଓ ମାପ କାର୍ଯ୍ୟ ଶେଷ ହେବା ପାଇଁ ଆଉ ପ୍ରାୟ ୧୪ ରୁ ୧୫ ଦିନ ସମୟ ଲାଗିପାରେ। ମାର୍ଗଶୀର ମାସ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସରିବ ବୋଲି ଆଶା କରାଯାଉଛି। Post navigation Odisha Vigilance Intercepts Two Auditors: ଭିଜିଲାନ୍ସ ଜାଲରେ ୨ ଅଡିଟ୍ ଅଧିକାରୀ; ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ