ଓଡ଼ିଶାରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ଏପରି ଅଯୌକ୍ତିକ ମକଦ୍ଦମା ନକରିବାକୁ ଆବେଦନକାରୀଙ୍କୁ କୋର୍ଟ କଡ଼ା ତାଗିଦ କରିଛନ୍ତି। ସୂଚନା ମୁତାବକ, ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ବୈଧତାକୁ ପ୍ରଶ୍ନ କରି ଆବେଦନକାରୀ ଏଲିନା ଦାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦୃଢ଼ ଯୁକ୍ତି ସପକ୍ଷରେ ରଖିଥିଲେ। ଉଭୟ ପକ୍ଷର ଶୁଣାଣି ଶେଷ ହେବା ପରେ ମାମଲାରେ କୌଣସି ଆଇନଗତ ଆଧାର ନଥିବା ଦର୍ଶାଇ ହାଇକୋର୍ଟ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। Post navigation Odisha UAE Investment Outreach: ଦୁବଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିଳ୍ପପତିଙ୍କ ସହ ଆଲୋଚନା: ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ