ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଯୋଜନା’ ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷରେ ୧୩ ଜଣ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସରକାର ଦର୍ଶାଇଛନ୍ତି ଯେ, ସାମ୍ବାଦିକମାନେ ସମାଜର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ସମସ୍ୟାକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ମୃତ ସାମ୍ବାଦିକଙ୍କ ନିକଟତମ ଆତ୍ମୀୟ/ପରିବାରବର୍ଗଙ୍କୁ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି।

ସହାୟତା ପାଇଥିବା ସାମ୍ବାଦିକ ଓ ତାଙ୍କ ପରିବାର ହେଲେ: 

  • ରବୀନ୍ଦ୍ରନାଥ ରାଣା (ଯାଜପୁର) – ଶ୍ରୀମତୀ ହେମଲତା ରାଣା
  • ଅଶୋକ କୁମାର ଦାସ (ଗଞ୍ଜାମ) – ଶ୍ରୀମତୀ ପ୍ରଶାନ୍ତ କୁମାରୀ ଦାସ
  • ଅରୁଣ କୁମାର ମହାନ୍ତି (ମୟୂରଭଞ୍ଜ) – ଶ୍ରୀମତୀ ଗୀତା ମହାନ୍ତି
  • ଆଶୁତୋଷ କୁମାର ପଟ୍ଟନାୟକ (ରାୟଗଡ଼ା) – ଶ୍ରୀମତୀ ଏସ. ଶ୍ରୀଦେବୀ
  • ଅରୁଣ କୁମାର ଭୀମସିଂ (ରାୟଗଡ଼ା) – ଶ୍ରୀମତୀ ବାସନ୍ତୀ କୁମାରୀ ଭୀମସିଂ
  • ରାଜକୁମାର ମାହାନା (ସୁବର୍ଣ୍ଣପୁର) – ଶ୍ରୀମତୀ ଖିରୋଦ୍ରୀ ମାହାନା
  • ଅନିମେଷ ସ୍ୱାଇଁ (ଜଗତସିଂହପୁର) – ଶ୍ରୀମତୀ ଆରତୀ ନାୟକ
  • ଆୟସକାନ୍ତ ସ୍ୱାଇଁ (ଭୁବନେଶ୍ୱର) – ଶ୍ରୀମତୀ ସସ୍ମିତା ସ୍ୱାଇଁ
  • ବଦ୍ରୀନାରାୟଣ ପଣ୍ଡା (ସମ୍ବଲପୁର) – ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଣ୍ଡା
  • ମହମ୍ମଦ ଆୱାସ (ଖୋର୍ଦ୍ଧା/ଭୁବନେଶ୍ୱର) – ଶ୍ରୀମତୀ ପରବୀନ୍ ଆୱାସ
  • ଆଶୁତୋଷ ମିଶ୍ର (ଖୋର୍ଦ୍ଧା/ଭୁବନେଶ୍ୱର) – ଶ୍ରୀମତୀ ସରୋଜ ମିଶ୍ର
  • ରମାକାନ୍ତ ମହାମାନ୍ତା (ସମ୍ବଲପୁର) – ଶ୍ରୀମତୀ ଚାନ୍ଦିନୀ ତାଣ୍ଡି
  • ନିରଞ୍ଜନ ମହାନ୍ତ (କେନ୍ଦୁଝର) – ଶ୍ରୀମତୀ ବିଦ୍ୟୁତଲତା ମହାନ୍ତ

Leave a Reply

Your email address will not be published. Required fields are marked *