ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଅଧୀନରେ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖକୁ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧ ଥିଲା। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୨୫-୨୬ ଏବଂ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଶା ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍ (OSS) https://scholarship.odisha.gov.in ମାଧ୍ୟମରେ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପରିବାର, ଯାହାଙ୍କର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ କମ୍, ସେହି ପରିବାରର ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିବାକୁ ଯୋଗ୍ୟ। QS-ରାଙ୍କିଂ ଆଧାରରେ ବିଶ୍ୱର ଶୀର୍ଷ ୨୦୦ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ସ୍ନାତକୋତ୍ତର ଏବଂ ପିଏଚଡି ପାଠ୍ୟକ୍ରମରେ ପଢ଼ିବା ପାଇଁ ଏହି ବୃତ୍ତି ପ୍ରଦାନ କରାଯାଏ। ଏହି ଯୋଜନା ଅଧୀନରେ ମୋଟ ୫୦ ଜଣ SC/ST ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । Post navigation No Forced Chanda Collections During Festivities: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କମିଶନରେଟ୍ ପୋଲିସର କଡ଼ା ଚେତାବନୀ India Announce 15-Member Squad for T20I Series Against Afghanistan