ଆଜି ରାଜଧାନୀରେ ଓଡିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଅନଲାଇନ୍ ଟ୍ୟାକ୍ସି ସଂସ୍ଥା ବିରୋଧରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଘ। ଅନଲାଇନ୍ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଉପରେ କୋଡ଼ା ନିୟମ ପ୍ରଣୟନ ଏବଂ ଚାଳକମାନଙ୍କୁ ଉଚିତ୍ ନ୍ୟାୟ ଦାବି କରି ‘ଓଡ଼ିଶା ଅନଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍’ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହି ଆନ୍ଦୋଳନକୁ ୨୧ଟି ଭିନ୍ନ ଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଏହି ବନ୍ଦ ଯୋଗୁଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଟ୍ୟାକ୍ସି ଓ ଆପ୍-ଭିତ୍ତିକ ଗାଡ଼ି ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଫୋରମ୍ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଯେ, ଓଲା, ଉବେର , ରାପିଡୋ ଏବଂ ଓଡ଼ିଶା ୟାତ୍ରୀ ଭଳି ଅନଲାଇନ୍ ଆଗ୍ରିଗେଟରଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଉ କିମ୍ବା ସରକାର ଓ କମ୍ପାନୀ ମିଳିତ ଭାବେ ଏକ ନିର୍ଦ୍ଦିଷ୍ଟ ଭାଡ଼ା ନିର୍ଦ୍ଧାରଣ କରନ୍ତୁ। ଗ୍ରାହକମାନଙ୍କୁ ଦିଆଯାଉଥିବା ରିହାତିର ବୋଝ ଡ୍ରାଇଭରଙ୍କ ରୋଜଗାରରୁ ନକାଟି କମ୍ପାନୀ ନିଜେ ବହନ କରୁ ବୋଲି ଚାଳକମାନେ ଦାବି କରିଛନ୍ତି। Post navigation Heavy Rain Alert: ଅବପାତର ପରିଣତ ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା Controversy In Derabish: ଭାଜପା ନେତା ଉମାକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ?