ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଅବସରରେ ଓଡ଼ିଶାରେ ଆଜି ‘କଳସ ବନ୍ଦନ ଅଭିଯାନ’ ଆରମ୍ଭ ହୋଇଛି । ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ଗତ ଜୁଲାଇ ୨୯ ତାରିଖରୁ ଆସନ୍ତା ବର୍ଷ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ “ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯାଉଛି । ଦୀର୍ଘ ୧୨୦୦ ବର୍ଷ ଧରି ଦେଶ ପରାଧୀନ ଥିଲା । ଇଂରେଜଙ୍କ ଠାରୁ ଆରମ୍ଭ କରି ମୋଗଲ ପର୍ଯ୍ୟନ୍ତ ସଭିଏଁ ସନାତନ ଧର୍ମକୁ ବାରମ୍ବାର ଆକ୍ରମଣ କରିଥିଲେ । ଏହି ଧର୍ମକୁ ନଷ୍ଟ କରିବା ପାଇଁ ଅନେକ ଅପଚେଷ୍ଟା କରିଥିଲେ । ମାତ୍ର ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସ ମହାରାଜଙ୍କ କାରଣରୁ ଏହି ସନାତନ ଧର୍ମର ରକ୍ଷା ହେବା ସହିତ ଅନେକ ସଂସ୍କାର ଆସିଥିଲା ଏହି ଧର୍ମ ସହ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଆଜି ଆମକୁ ଯେଉଁ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ମିିଳିଛି, ଏହାପଛରେ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ପୂଜ୍ୟ ସନ୍ଥ ଶ୍ରୀ ଗୁରୁ ରବି ଦାସ ମହାରାଜ ଅଟନ୍ତି । ସମାଜରେ ଯେତେବେଳେ କିଛି ରୁଢ଼ିବାଦୀ ଲୋକ ଆମ ଭିତରେ ଝଗଡ଼ା ଲଗେଇବା ପାଇଁ, ବିବାଦ କରିବା ପାଇଁ, ଜାତିବାଦ ଆଣିବା ପାଇଁ ଉଦ୍ୟମ କରୁଥିଲେ ସେତେବେଳେ ସନ୍ଥ ଶ୍ରୀ ରବିଦାସ ଅନେକ ସଂଘର୍ଷ କରି ସମରସତାର ବାର୍ତା ଦେଇ ସମାଜରୁ ଛୁଆଁ, ଅଛୁଆଁ, ଅସ୍ପୁଶ୍ୟତା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ସମାଜରେ ସଂସ୍କାର ଆଣି ଠିକ୍ଭାବେ ଗଢ଼ିବା ପାଇଁ ସଂକଳ୍ପ ନେବା ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ ଅନେକ ଯୁଗପୋଯୋଗୀ ନିଷ୍ପତି ନେଇଥିଲେ । ପରିବର୍ତନ କରିବାର ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ଧୈର୍ଯ୍ୟ ବଳରେ ସାମାଜିକ ସମରସତାକୁ ଲୋକଙ୍କ ପାଖରେ ପହଂଚାଇପାରିଥିଲେ । ଏଥିଯୋଗୁଁ ସମଗ୍ର ଭାରତବର୍ଷରେ ଆଜି ଲୋକେ ତାଙ୍କୁ ପୂଜା କରୁଛନ୍ତି । ଏଭଳି ସମାଜ ସଂସ୍କାର କାର୍ଯ୍ୟ ଯୋଗୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସନ୍ଥ ରବିଦାସଜୀଙ୍କୁ ଲୋକେ ମନେପକାଇବା ସହ ତାଙ୍କ ରାସ୍ତାକୁ ଅନୁସରଣ କରିବେ । ଓଡ଼ିଶା ପ୍ରଦେଶରେ ସନ୍ଥଜୀଙ୍କ ବାର୍ତାକୁ ନେଇ ସବୁଗାଁରେ ପହଂଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ରବି ଦାସଜୀଙ୍କ ବାର୍ତାକୁ ଓଡ଼ିଶାର ସବୁ ଜିଲ୍ଲାରୁ ବ୍ଲକ ଓ ମଣ୍ଡଳସ୍ତର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଜେପି ସଂକଳ୍ପବଦ୍ଧ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରିବା ପାଇଁ ବିଜେପିର ପ୍ରୟାସ ନିଶ୍ଚିନ୍ତ ସଫଳ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସନ୍ଥ ଗୁରୁ ଶ୍ରୀ ରବି ଦାସଜୀ କେବଳ ଜଣେ ସନ୍ଥ ନ ଥିଲେ । ସେ ଥିଲେ ସାମାଜିକ ପରିବର୍ତନର ବିପ୍ଲବୀ ଚେତନା । ଯେତେବେଳେ ସମାଜ ଅସ୍ପୃଶ୍ୟତା ଓ ଜାତିଭେଦ ଶୃଙ୍ଖଳାରେ ବନ୍ଧା ଥିଲା ସେତେବେଳେ ସନ୍ଥ ରବି ଦାସ ଜନ୍ମ ନେଇଥିଲେ । ନିଜର ଜ୍ଞାନ, ଭକ୍ତି ଓ କର୍ମ ମାଧ୍ୟମରେ ସମାଜକୁ ନୂତନ ଦିଗ ଦେଖାଇଥିଲେ । ମଣିଷର ପରିଚୟ ତାଙ୍କ ଜାତି ଓ ଜନ୍ମରେ ନୁହେଁ ବରଂ ତାର କର୍ମ ଓ ଚରିତ୍ରରେ ରହିଛି ବୋଲି ସନ୍ଥ ଗୁରୁ ରବି ଦାସ କହୁଥିଲେ । ତାଙ୍କ ସମଗ୍ର ଜୀବନ ଥିଲା ସମାନତା, ଆତ୍ମସମ୍ମାନ ଓ ମାନବତାର ସନ୍ଦେଶ । କୌଣସି ଭେଦଭାବ ନଥିବ, କୌଣସି ଅନ୍ୟାୟ ନ ଥିବ, ସମସ୍ତଙ୍କୁ ସମାନ ସୁଯୋଗ ମିଳୁଥିବା ଏକ ସମାଜର ସ୍ୱପ୍ନ ଦେଖିଥିଲେ । ସମାଜରୁ ଅସ୍ପୁଶ୍ୟତା, ଉଚ୍ଚନୀଚ୍ଚ ଭେଦଭାବ, ଛୁଆଁ, ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ସେ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ । ଆଜି ବିକଶିତ ଭାରତର ସଂକଳ୍ପ ମଧ୍ୟ ସେହି ଚିନ୍ତାଧାରରେ ପର୍ଯ୍ୟବେଶିତ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଏହି ଅବସରରେ ସାଧୁ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ, ମହିମା ଧର୍ମର କୈାପିନଧାରୀ ସାଧୁ ପାଗଳ ବାବା, ଅଲେଖ ମହିମା ସାଧୁ ସ୍ୱାମୀ ରମେଶ ବାବା, ଯୋରନ୍ଦା ଗାଦି ସଭାପତି ବାବା ବିଶ୍ୱନାଥ, ବାବା ଅଭିନାଶ ଦାସ ମହାରାଜ, ସ୍ୱାମୀ ହରିଶଙ୍କର ମହାରାଜ, ସ୍ୱାମୀ ବିଶ୍ୱମ୍ବର ଦାସ ମହାରାଜ, ଯୋଗୀ ମହାରାଜ, ଚୈତନ୍ୟ ବାବା, ହିମାଂଶୁ ବାବା, ଅସୀମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଶ୍ରୁତିସାଗର, ତ୍ରିଲୋକେଶ୍ୱର ଭାରତୀ, ଅଭଦୂତ ମହାରାଜ, ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସମେତ ଅନେକ ସାଧୁସନ୍ଥ ସାମିଲ ହୋଇ ସନ୍ଥ ଶ୍ରୀ ଗୁରୁ ରବି ଦାସଙ୍କ ଆଦର୍ଶ ଓ ତାଙ୍କ ସମାଜ ପ୍ରତି ବାର୍ତ୍ତାକୁ ଆଲୋକପାତ କରିଥିଲେ । ଆଜି ରାଜ୍ୟବ୍ୟାପୀ “କଳସ ବନ୍ଦନ ଅଭିଯାନର ଶୁଭାରମ୍ଭ” ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ବିଭୂତି ଭୂଷଣ ଜେନା, ଡ. ମୁକେଶ ମହାଲିଙ୍ଗ, ପ୍ରଦୀପ ବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସାଂସଦ ପ୍ରତାପ ଷଡଙ୍ଗୀ, ଡ.ରବିନ୍ଦ୍ର ନାରାୟଣ ବେହେରା, ସୁକାନ୍ତ ପାଣିଗ୍ରାହୀ, ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ କିଶୋର ମକୱାନା, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ବିଧାୟକ ରଘୁନାଥ ଜଗଦଲା, ବାବୁ ସିଂ, ଦୁର୍ଗାପ୍ରସନ୍ନ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଓ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ ସରୋଜ କର, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ନେତୃବୃନ୍ଦ ଏବଂ ଅନୁସୁଚିତ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଓ ୩୭ ଟି ଜିଲ୍ଲାରୁ ଆସିଥିବା ପଦାଧିକାରୀଗଣ ଉପସ୍ଥିତ ଥିଲେ । Post navigation Odisha Floods: ସମସ୍ତ ନଦୀରେ ଜଳପତନ ବିପଦ ସଙ୍କେତ ତଳେ, ସ୍ଥିତି ଉପରେ ନଜର ରଖିଛି ସରକାର: ମନ୍ତ୍ରୀ ସୁରେଶ ପୂଜାରୀ Odisha CM’s Investment Outreach: ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସୁଯୋଗର ସମ୍ଭାବନା