ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଦୁଃଖଦ ଖବର ଆସିଛି । ଉଦ୍ୟାନ ମଧ୍ୟରେ ଗୋଟିଏ ୫ ବର୍ଷ ବୟସର ବାଘୁଣୀର ମୃତ୍ୟୁ ହୋଇଛି । ଗତକାଲି ଏହି ବାଘୁଣୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ସାପ କାମୁଡ଼ା କିମ୍ବା କୌଣସି ସଂକ୍ରମଣ ଯୋଗୁଁ ବାଘୁଣୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁ ର ଠିକ୍ କାରଣ ଜଣାପଡିନାହିଁ । ବନ ବିଭାଗ ପକ୍ଷରୁ ବାଘୁଣୀର ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି । Post navigation Single-Teacher School Crisis: ଜଣେ ଶିକ୍ଷକ ଥିବା ସ୍କୁଲରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ Low-Pressure Area Forms; Heavy Rain Likely in Odisha