ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଓ ସୁଦୃଢ଼ କରିବା ପାଇଁ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ସଞ୍ଚାଳିତ ସ୍ୱୟଂଚାଳିତ ରୋବଟ୍ ‘ଡିଏସସି ଅର୍ଜୁନ’ (DSC Arjun) ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଭାରତୀୟ ଜ୍ଞାନକୌଶଳରେ ଏହି ରୋବଟ ନିର୍ମାଣ ହୋଇଛି। ଦୈନନ୍ଦିନ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏହି ରୋବଟ୍‌ର ମୁଖ୍ୟ ଲକ୍ଷ୍ୟ।

ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ, ‘ଡିଏସସି ଅର୍ଜୁନ’କୁ ପୁରୀ ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ନିୟୋଜିତ କରାଯାଇଥିଲା। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ଏହି ରୋବଟ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *