ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୨ଟି ଜିଲ୍ଲା ପାଇଁ ୧୧୦ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା କରିଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ତେଣୁ ବାଲେଶ୍ୱରକୁ ୨୨.୦୩ କୋଟି, ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଅନ୍ୟପଟେ ବିଭିନ୍ନ ବିଭାଗରୁ ଅନ୍ତିମ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ହସ୍ତଗତ ହେବାର ସମ୍ଭାବନା ରହିଛି, ଯାହା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। ଏହି ରିଲିଫ୍ ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ତୁରନ୍ତ ପୁନର୍ବାସ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। Post navigation Chhattisgarh Governor Meets Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମେନ ଡେକା Tarun Tejpal Gets 10-Year Jail Term in 2013 Goa Rape Case