ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ନାଁରେ ଏକ ନକଲି ନିଯୁକ୍ତିପତ୍ର ଭାଇରାଲ ହେଉଛି। ‘ଜଗନ୍ନାଥ ଟେମ୍ପୁଲ ସ୍କ୍ବାଡ୍’ ନାଁରେ ଜାରି ଏହି ନିଯୁକ୍ତିପତ୍ରରେ ମନ୍ଦିର ପ୍ରଶାସନର ନକଲି ଷ୍ଟାମ୍ପ ଓ ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ରହିଛି। ପ୍ରାଥମିକ ଯାଞ୍ଚରୁ ଏହି ଚିଠି ସ୍ୱସ୍ତି ପ୍ରୀତମ ପାଇକରାୟଙ୍କ ସମେତ ପ୍ରାୟ ୧୬ ଜଣଙ୍କ ନାମରେ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ନିଯୁକ୍ତିପତ୍ରଟି ସମ୍ପୂର୍ଣ୍ଣ ନକଲି ବୋଲି ମନ୍ଦିର ପ୍ରଶାସନ ଓ ସୁରକ୍ଷା ଦାୟିତ୍ୱରେ ଥିବା ଓଏସଡି (OSD) ହେମନ୍ତ କୁମାର ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏନେଇ ଦୃଢ଼ ଯାଞ୍ଚ ଓ ତଦନ୍ତ କରାଯିବ ବୋଲି ଓଏସଡି ସୂଚନା ଦେଇଛନ୍ତି। Post navigation India Brings Back 274 Fugitive Offenders From 36 Countries Since 2019 Heavy Rain Alert in Odisha: ଆଜିଠୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି