ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ଅଗଷ୍ଟ ୪କୁ ‘ଓଡ଼ିଆ ସାମ୍ବାଦିକତା’ ଦିବସ ଭାବେ ପାଳନ କରାଯାଏ। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରକାଶନ ଦୃଷ୍ଟିରୁ ଓଡ଼ିଶାର ଗଣମାଧ୍ୟମ ଇତିହାସରେ ଏହି ତାରିଖର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଏହାର ପ୍ରଥମ ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବରକାଗଜ ପ୍ରକାଶ ପାଉଥିଲା

ଆଜିର ଏହି ଦିନରେ ସମସ୍ତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଓଡ଼ିଶାର ରାଜ୍ୟପାଳ ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା।

ନିଜ ସୋସିଆଲ ମିଡ଼ିଆରେ ରାଜ୍ୟପାଳ ଲେଖିଛନ୍ତି ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଗଣତନ୍ସର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ବାର୍ଥକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ସମାଜକୁ ଦିଗଦର୍ଶନ ଦଉଥିବା ସାମ୍ବାଦିକଙ୍କ ନିଷ୍ଠା, ତ୍ୟାଗ ଓ ଅବଦାନ ପ୍ରଶଂସନୀୟ। ଏକ ସଚେତନ, ସଶକ୍ତି ଓ ସୁସ୍ଥ ସମାଜ ଗଠନରେ ଆପଣମାନଙ୍କର ଭୂମିକା ଉଲ୍ଲେଖନୀୟ ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି ଓଡ଼ିଆ ସାମ୍ବାଦିକତା ଦିବସ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନ ସ୍ୱାର୍ଥର ସୁରକ୍ଷାରେ ଆପଣଙ୍କ ଅବଦାନ ପ୍ରଶଂସନୀୟ। ସମାଜକୁ ସଚେତନ, ସଶକ୍ତ ଓ ଦାୟିତ୍ବବାନ କରିବାରେ ଓଡ଼ିଆ ସାମ୍ବାଦିକତାର ଏହି ନିଷ୍ଠାପର ପ୍ରୟାସ ନିରନ୍ତର ଜାରି ରହୁ ।

 

 

Leave a Reply

Your email address will not be published. Required fields are marked *