ରୋଗୀଙ୍କ ଜୀବନ ସହ ଖେଳ । ବରଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍। ଏଠାକୁ ଆସିଥିବା ଜଣେ ଆହତ ବାଳକଙ୍କୁ ସେଭଳି ମେଡିସିନ୍ ଦିଆଯିବା ଏବଂ ତାହା ଖାଇବା ପରେ ରୋଗୀଙ୍କ ମୁଣ୍ଡ ବୁଲାଇବା ଜଣାପଡିବା ପରେ ଅସନ୍ତୋଷ ବଢ଼ିଛି । ଏହି ଘଟଣା ପରେ ନିରାମୟ ଯୋଜନା ଅଧୀନରେ ବଣ୍ଟନ ହେଉଥିବା ଔଷଧର ଗୁଣବତ୍ତା ଓ ନିୟମିତ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି। Post navigation Ratha Jatra Chariot wheels to be installed at Rashtrapati Bhavan: ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବ ରଥଯାତ୍ରାର ରଥଚକ Odia Journalism Day: ଆଜି ଓଡ଼ିଆ ସାମ୍ବାଦିକତା ଦିବସ; ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ