ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ନିଆଁ ଦେଖିବା ସମୟ ଥାଉଣୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିବାରୁ ଏକ ବଡ଼ ଧରଣର ଜୀବନହାନି ଟଳିଯାଇଛି । ଅନ୍ୟପଟେ ଖବର ପାଇ ତୁରନ୍ତ ଦମକଳ ବାହିନୀ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ଭାବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। Post navigation Rituals Disrupted at Lingaraj Temple: ଶ୍ରାବଣ ପ୍ରଥମ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ CM Seeks UNESCO Heritage Tag for Ratha Jatra: ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ