ଭୁବନେଶ୍ୱର; ବିମାନବନ୍ଦରରୁ ଜବତ ହୋଇଛି ପୁଳାପୁଳା ଟଙ୍କା । ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି । ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି। ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏତେ ପରିମାଣର ଟଙ୍କା ଥିବା ଜଣାପଡିଥିଲା।

ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଟଙ୍କାଙ୍କୁ ଜବତ କରିଛି ଆୟକର ବିଭାଗ।

ସୂଚନା ଅନୁସାରେ, ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇଥିଲେ। ଜଣେ ବ୍ୟକ୍ତି ଚେନ୍ନାଇରୁ ଆସୁଥିବା ବେଳେ ଆଉ ଜଣେ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲେ। ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା । କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି ।

ଦୁଇଦିନ ତଳେ ଚେକିଂ ବେଳେ ଭୁବନେଶ୍ୱରରେ ଏକ କାରରୁ ମିଳିଥିଲା ୩ ଲକ୍ଷ ୬୦ ହଜାର ଟଙ୍କା। ବିଳମ୍ୱିତ ରାତିରେ ବ୍ଲକିଂ କରି ପୋଲିସ ଯାଞ୍ଚ କରିବା ବେଳେ ଏହି କାରରୁ ପୁଳା ପୁଳା ଟଙ୍କା ମିଳିଥିଲା। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟଙ୍କା ସହ ଗାଡ଼ିକୁ ଜବତ କରିଥିଲା।

By SonaliP

Leave a Reply

Your email address will not be published. Required fields are marked *